dcsimg

କୋୟୋଟ ( Oriya )

provided by wikipedia emerging languages
Help

କୋୟୋଟ ଏକ କେନାଇନ ବା କୁକୁର (canine) ଜାତୀୟ ପ୍ରାଣୀ ଯିଏ ଉତ୍ତର ଆମେରିକାରେ (North America) ବାସ କରନ୍ତି । ସମ୍ପର୍କୀୟ ଗ୍ରେ ଉଲ୍ଫ ବା ଗଧିଆଠାରୁ ଏହା ଛୋଟ ଓ ପ୍ରାଚ୍ୟ ଉଲ୍ଡ (eastern wolf) ବା ଗଧିଆ ଓ ଲାଲ ଉଲ୍ଫଠାରୁ (red wolf) ଅଳ୍ପ ଛୋଟ । ଏହାର ଅଧିକ ହିଂସ୍ର, ଏହାକୁ ପ୍ରାଣୀବିଜ୍ଞାନୀମାନେ ଆମେରିକାନ ଜାକାଲ କ‌ହନ୍ତି । ଏହାର କିଛି ଐତିହାସିକ ନାମ ମଧ୍ୟରରୁ ପ୍ରେୟାରି ଉଲ୍ଫ ଓ ବ୍ରସ ଉଲ୍ଫ ଉଲ୍ଲଖନୀୟ ।

ଉତ୍ତର ଆମେରିକାମେକ୍ସିକୋ ଓ ମଧ୍ୟ ଆମେରିକାରେ ଏମାନେ ବ‌ହୁ ସଂଖ୍ୟାରେ ଥିବାରୁ ଏହି ପ୍ରାଣୀ ସ୍ୱଳ୍ପ ଚିନ୍ତାଜନ‌କ (least concern|) ଅବସ୍ଥାରେ ଅଛନ୍ତି, ଏ କଥା ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର (International Union for Conservation of Nature) ସଂସ୍ଥା ପ୍ରକାଶ କରିଛି । ଏହି ପ୍ରାଣୀଙ୍କର ମାନବ ସୃଷ୍ଟି କରୁଥିବା ପରିବେଶ ସ‌ହିତ ଖାପ ଖୁଆଇ ପାରିବାର ପ୍ରତିଭା ଅଛି । ନିଜର କ୍ଷେତ୍ର କୋୟୋଟ ବିସ୍ତାର କରିବାକୁ ଲାଗିଛି ଓ ପାନାମା କେନାଲ (Panama Canal) ପାରି ହୋଇ ପୂର୍ବ ଆମେରିକାରେ ସ‌ହର ଦିଗକୁ ମୁହାଁଉଥିବା ସନ ୨୦୧୩ରେ ଜଣାପଡ଼ିଲା ।

ଊନବିଂଶ ପ୍ରକାରର (subspecies) କୋୟୋଟ ଦେଖାଯାଆନ୍ତି । ଅଣ୍ଡିରା କୋୟୋଟର ହାରାହାରି ଓଜନ ୮-୨୦କେଜି/ ୧୬-୪୪ପାଉଣ୍ଡ ଓ ମାଈ କୋୟୋଟର ଓଜନ ୭-୧୮କେଜି/ ୧୫-୪୦ପାଉଣ୍ଡ ହୋଇଥାଏ । ତାଙ୍କର ଲୋମ ରଙ୍ଗ ହାଲୁକା ପାଉଁଶିଆ ଓ ଲାଲ ବା ତମ୍ବା ରଙ୍ଗରେ କଳା ଓ ଧଳା ଦାଗ ଥାଏ ଯଦିଓ ସ୍ଥାନ ଅନୁସାରେ ପରିବର୍ତ୍ତନ ଆସିପାରେ । ଏହାର ମେଳଜୋଳ ପରିବର୍ତ୍ତନଶୀଳ, କେତେବେଳେ ଏକ‌କ ପରବାରରେ ରହେ ତ ଆଉ କେତେବେଳେ ସମ୍ପର୍କ ବିହୀନ ଦଳ ସାଥିରେ ରହେ । ସାଧାରଣତଃ ଏହା ପଶୁ ମାଂସ ଯେପରିକି ହରିଣ, ଠେକୁଆ, ପକ୍ଷୀ, ମୂଷା ଜାତୀୟ ଜୀବ, ସରୀସୃପ, ମାଛ, ଉଭୟଚର ଜୀବ ଓ ଅମେରୁଦଣ୍ଡୀ ପ୍ରାଣୀଙ୍କ ମାଂସ ଖାଏ । ବେଳେ ବେଳେ ଏହା ଫଳ ଓ ପରିବା ଆହାର କରେ । ଏହାର ଏକ ନିଜସ୍ୱ ଏକ‌କ ବୋବାଳି ଅଛି । ମାନବ ଏହାର ବଡ଼ ଶତ୍ରୁ, ଉତ୍ତର ଆମେରିକାର କାଉଜର ଓ ପା‌ଁଉସିଆ ଗଧିଆ । ଏହା ସତ୍ୱେ ବେଳେ ବେଳେ ମାଈ ଲାଲ, ପାଉଁସିଆ ଗଧିଆ ସାଥିରେ ମିଶି ପ୍ରଜନନ କରେ ଓ ହାଇବ୍ରିଡ ଛୁଆ (coywolf) କରେ । ଉତ୍ତର ଆମେରିକାର ଉତ୍ତରପୂର୍ବ ଇଲାକାରେ ଏହାର ଅନେକ ଉପ‌ପ୍ରଜାତି ଦେଖାଯାଆନ୍ତି ଯାହା ଐତିହାସିକ ଓ ଆଧୁନିକ ସଙ୍ଗମ ଯୋଗୁ ହୋଇଥିବା ଜଣାଯାଏ । ଜେନେଟିକ ପରୀକ୍ଷାଦ୍ୱାରା ଏମାନଙ୍କର କୋୟୋଟ ଜିନ ଥିବା ଦେଖାଯାଏ ।

ଉତ୍ତର ଆମେରିକାର ଆଦିମ ଅଧିବାସୀମାନଙ୍କର (Native American) ଲୋକ‌କଥାରେ କୋୟୋଟ ଏକ ମୂଖ୍ୟ ଚରିତ୍ର ସ୍ଥାନ ଗ୍ରହଣ କରିଥାଏ । ଏହି ଲୋକକଥାର କାହାଣୀରେ କୋୟୋଟକୁ ଏକ ଠକ ବା ଚାଲବାଜ ଭାବରେ ବର୍ଣ୍ଣନା କରାଯାଏ ଓ ସେ ତାର ଚେହେରା ପରିବର୍ତ୍ତନ କରି ପ୍ରକୃତ କୋୟୋଟରୁ ମଣିଷ ଭାବରେ ପରିବର୍ତ୍ତିତ ହୋଇପାରେ । ସାମାଜିକ ପରମ୍ପରା ବିରୁଦ୍ଧରେ ଠକାମୀ ଓ ହାସ୍ୟରସ ସାହାଯ୍ୟରେ କୋୟୋଟ ବିଦ୍ରୋହ କରେ । ମେସୋଆମେରିକାରେ (Mesoamerican cosmology) ଏହାକୁ ଏକ ମିଲିଟାରୀ ଯୋଦ୍ଧା ଭାବରେ ଚିତ୍ରଣ କରାଯାଇଛି । ଆମେରିକାରେ ୟୁରୋପର କଲୋନୀ ସୃଷ୍ଟି ହେବା ପରେ ଆଙ୍ଗ୍ଲୋ-ଆମେରିକା ସଂସ୍କୃତିରେ ଏହାକୁ ଏକ ଭୀରୁ ଓ ଅବିଶ୍ୱାସୀ ପ୍ରାଣୀ ଭାବରେ ବର୍ଣ୍ଣନା କରାଯାଇଛି ।

ଆଧାର

  1. {{{assessors}}} (2008). Canis latrans. In: IUCN 2008. IUCN Red List of Threatened Species. Downloaded on May 5, 2008.
  2. "Canis latrans". Fossilworks.org. Retrieved 5 September 2016.
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |

କୋୟୋଟ: Brief Summary ( Oriya )